ହିରୋର ନୂଆ ଡେଷ୍ଟିନି ୧୨୫ ଏକ୍ସଟେକର ଅନାବରଣ

0

ଭୁବନେଶ୍ଵର: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ହିରୋ ମୋଟକପର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଯାନ ଡେଷ୍ଟିନି ୧୨୫ ଏକ୍ସ ଟେକ ନିକଟରେ ବଜାର ପ୍ରବେଶ ହୋଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ୱୀକୃତି ପ୍ରାପ୍ତ ଡିଲର ଅରୁନ୍ଧତୀ ମୋଟୋବାଇକ୍‌ ପରିସରରେ ହିରୋ ଡେଷ୍ଟିନି ୧୨୫ଏକ୍ସଟେକ୍‌ର ଅନାବରଣ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ କଂପାନିର ଜୋନାଲ୍ ମୁଖ୍ୟ ସ୍ବାମିନାଥନ, ରାଜ୍ୟ ମୁଖ୍ୟ ହର୍ଷ ବର୍ଦ୍ଧନ ଓ ଅରୁନ୍ଧତୀ ଗ୍ରୁପ୍‌ର ସିଏମ୍‌ଡି ବ୍ରହ୍ମାନନ୍ଦ ମେହେରଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ ଓ ବିକ୍ରୟ ମଧ୍ୟ ଆରମ୍ଭ କରାଯାଇଛି। ନୂଆ ଡେଷ୍ଟିନି ୧୨୫ ଏକ୍ସଟେକ୍‌ରେ ବ୍ଲଟୁଥ୍ ପ୍ରଯୁକ୍ତି, ନାଭିଗେସନ ଫିନିସ୍ ମିରର ଓ ଷ୍ଟାଇଲିସ୍ ବ୍ୟାକ୍ ରେଷ୍ଟ୍ ରହିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୮୨,୬୦୦ ଟଙ୍କା ରହିଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଚାକିରି କରୁଥିବା ଲୋକ ଓ ସାଧାରଣ ଜନତାଙ୍କ ଆବଶ୍ୟକତା ପୂରଣ କରିବା ଭଳି ବହୁ ଡିଜିଟାଲ ସୁବିଧା ସୁଯୋଗ ଏହି ସ୍କୁଟରରେ ରହିଛି। ଏହି ଅବସରରେ ଅରୁନ୍ଧତୀ ମୋଟୋବାଇକ୍‌ର ଅଟୋମୋବାଇଲ୍ ବ୍ୟବସାୟ ମୁଖ୍ୟ ସରସ ପ୍ରଭୁ ଓ ବରିଷ୍ଠ ପ୍ରବନ୍ଧକ ସତ୍ୟବ୍ରତ ମହାନ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.