ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ

0

ଭୁବନେଶ୍ୱର(ଆମ ଟିଭି): ଯାହା ଆଶା କରାଯାଉଥିଲା ଶେଷରେ ତାହା ହିଁ ହେଲା । ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ । ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପି ଛାଡ଼ିଥିବା କୁହାଯାଉଛି । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହେବେ ବୋଲି କୁହାଯାଉଛି ।

ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ତେବେ ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଗିରିଧର ଗମାଙ୍ଗୋ ।

Leave A Reply

Your email address will not be published.