ସଂସ୍କୃତ ଭାଷା କାହିଁକି ଦେଶର ସରକାରୀ ଭାଷା ହୋଇପାରିବନି: ଏସ ଏ ବୋବଡେ

0

ନାଗପୁର (ଆମ ଟିଭି): ସଂସ୍କୃତ ଭାଷା କାହିଁକି ଦେଶର ସରକାରୀ ଭାଷା ହୋଇପାରିବନି । ପୂର୍ବତନ ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଆଜି ସଂସ୍କୃତ ଭାଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ବୋବଡେ କହିଛନ୍ତି, ସଂସ୍କୃତ କାହିଁକି ଦେଶର ସରକାରୀ ଭାଷା ହୋଇପାରିବନି। ସମ୍ବିଧାନର ବିନ୍ଧାଣୀ ଏବଂ ପ୍ରମୁଖ ଆଇନ ବିଷାରଦ ବି.ଆର୍ ଆମ୍ବେଦକର ମଧ୍ୟ ସଂସ୍କୃତକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଥିବା ନେଇ ୧୯୪୯ ମସିହାର ଗଣମାଧ୍ୟମ ରିପୋର୍ଟ କହୁଛି।

ବୋବଡେ କହିଛନ୍ତି, ଇଂରାଜୀ ଏବଂ ହିନ୍ଦୀକୁ ଶାସନରେ ଏବଂ ଆଇନ ଅନୁଯାୟୀ କୋର୍ଟରେ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି। ସଂସ୍କୃତ କାହିଁକି ସରକାରୀ ଭାଷା ହୋଇପାରିବନି। ସଂସ୍କୃତ ଭାରତୀ ଦ୍ବାରା ଆୟୋଜିତ ଅଖିଳ ଭାରତୀୟ ଛାତ୍ର ସମ୍ମିଳନୀରେ ବୋବଡେ ଆଜି ଏହି ଟିପ୍ପଣୀ ଦେଇଛନ୍ତି।

Leave A Reply

Your email address will not be published.