ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

0

ନୂଆଦିଲ୍ଲୀ : ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ରାଜନୈତିକ ଦଳ। ପୁଣିଥରେ ଏଠି ପଦ୍ମ ଫୁଟାଇବାକୁ ଜୋରଦାର କସରତ କରୁଛି ବିଜେପି। ଏହାରି ଭିତରେ ଆଜି ବିଜେପି ତା’ର ପ୍ରାର୍ଥୀ ତାଲିକା ଜାରି କରିଛି। ତ୍ରିପୁରାର ୬୦ଟି ଆସନ ମଧ୍ୟରୁ ବିଜେପି ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢିବେ। ବିଜେପି ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ୪୮ ପ୍ରାର୍ଥୀଙ୍କ ନାଁ ରହିଛି। ଏଥିରେ ୧୧ ମହିଳାଙ୍କ ନାଁ ସାମିଲ ଅଛି।

Leave A Reply

Your email address will not be published.