ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଉପରେ ତିଆରି ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ବଢ଼ୁଛି ବିବାଦ। ଦିନକୁ ଦିନ ଏହା ଉଗ୍ର ରୂପ ନେବାରେ ଲାଗିଛି। ଜେଏନୟୁ ଏବଂ ଜାମିଆ ୟୁନିର୍ଭସିଟି ପରେ ଦିଲ୍ଲୀ ଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା ଦେଖାଦେଇଛି ।

କିଛି ଛାତ୍ର ସଙ୍ଗଠନ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି। ଫଳରେ ଛାତ୍ରଛାତୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଉତ୍ତେଜନା ଅଧିକ ହେବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ୟୁନିର୍ଭସିଟିରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଛି। ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖାଯାଇ ପୋଲିସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.