ଦେଶର ଆର୍ଥିକ ସ୍ଥିତି ନେଇ ଏମିତି କହିଲେ ପାକିସ୍ତାନର ଅର୍ଥ ମନ୍ତ୍ରୀ
ଇସ୍ଲାମାବାଦ୍: ପାକିସ୍ତାନର ଆର୍ଥିକ ପରିସ୍ଥିତି ସଙ୍କଟଜନକ ଥିବା ବେଳେ ଅର୍ଥମନ୍ତ୍ରୀ ଇଶାକ୍ ଦର୍ ଦେଶର ବିକାଶ ଭାର ଆଲ୍ଲାଙ୍କ ଉପରେ ଛାଡ଼ି ଦେଇ କହିଛନ୍ତି, ପାକିସ୍ତାନର ବିକାଶ ଓ ସମୃଦ୍ଧି ଦାୟିତ୍ବ ଆଲ୍ଲାଙ୍କର।
ସେ କହିଛନ୍ତି, ଯଦି ଆଲ୍ଲା ପାକିସ୍ତାନ ସୃଷ୍ଟି କରିପାରିଲେ, ତେବେ ସେ ଏହାର ସୁରକ୍ଷା, ବିକାଶ ଓ ସମୃଦ୍ଧ କରିପାରିବେ।
ଶୁକ୍ରବାର ଦିନ ‘ଗ୍ରିନ୍ ଲାଇନ୍ ଏକ୍ସପ୍ରେସ୍ ଟ୍ରେନ୍’ ସେବା ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି ଯେ, ଇସ୍ଲାମ୍ ନାଁରେ ସୃଷ୍ଟି ହୋଇଥିବାରୁ ପାକିସ୍ତାନ ପ୍ରଗତି କରିବ ବୋଲି ତାଙ୍କର ବିଶ୍ବାସ ଅଛି।
ପାକସ୍ତାନର ପରିସ୍ଥିତି ସୁଧାରିବା ଲାଗି ପ୍ରଧାନମନ୍ତ୍ରୀ ନବାବ ଶରିଫ୍ଙ୍କ ନେତୃତ୍ବରେ ସେମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଗୁରୁତ୍ବାରୋପ କରି ସେ କହିଛନ୍ତି ଯେ, ଇମ୍ରାନ୍ ଖାଁଙ୍କ ନେତୃତ୍ବାଧୀନ ପୂର୍ବତନ ସରକାରଙ୍କ ଅମଳର କେତେକ ସମସ୍ୟା ଏବକାର ସରକାରଙ୍କୁ ସମ୍ମୁଖୀନ ହେବାକୁ ପଡୁଛି। ସେଗୁଡ଼ିକର ସମାଧାନ ନମନ୍ତେ ସରକାର ଦିନରାତି ଉଦ୍ୟମ କରୁଛନ୍ତି। ନିର୍ବାଚନ ପୂର୍ବରୁ ପରିସ୍ଥିତି ସୁଧାରିବା ଲାଗି ଆମେ ଉଦ୍ୟମ ଚଳାଇଛୁ।