ଆଜି କାଶ୍ମୀରରେ ଶେଷ ହେବାକୁ ଯାଉଛି ଭାରତ ଯୋଡ଼ୋ ଯାତ୍ରା

0

କାଶ୍ମୀର (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆଜି କାଶ୍ମୀରରେ ଶେଷ ହେଉଛି । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଆଜି ଭାରତ ଯୋଡୋ ଯାତ୍ରା ଶେଷ ହେବାକୁ ଯାଉଛି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି କଂଗ୍ରେସ ନେତା । ଏଥିସହ ଦେଶରେ ବଢୁଥିବା ହିଂସା ଓ ବିଦ୍ବେଶକୁ ବିରୋଧ କରି ଏହି ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । ଦେଶରେ ଭାଇଚାରା ଓ ପ୍ରେମର ସ୍ଥାପନା ପାଇଁ ଯାତ୍ରା ଆରମ୍ଭ କରିଥିବା କଂଗ୍ରେସ ସଫଳ ହୋଇଛି ବୋଲି ଦଳୀୟ ନେତା କହିଛନ୍ତି । ଆଜି ଆଞ୍ଚଳିକ ଦଳର ନେତା ଯୋଗ ଦେଉଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବ ।

Leave A Reply

Your email address will not be published.