ବଜେଟକୁ ନେଇ ଏମିତି କହିଲେ ମୋଦି

0

ନୂଆଦିଲ୍ଲୀ : ଆଜିଠୁ ବସିଛି ସଂସଦର ବଜେଟ୍‌ ଅଧିବେଶନ। ଆସନ୍ତାକାଲି ଆସିବ ସାଧାରଣ ବଜେଟ୍‌। ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଭାରତର ବଜେଟ୍‌ ଉପରେ ପୂରା ବିଶ୍ୱର ନଜର ରହିଛି। ଏଥର ବଜେଟ୍‌ ସାଧା‌ରଣ ଲୋକମାନଙ୍କ ପାଇଁ ଲାଭପ୍ରଦ ହେବ। ଲୋକଙ୍କ ଆଶା ପୂରଣ ହେବ। ଅର୍ଥ ବ୍ୟବସ୍ଥାକୁ ନେଇ ସକରାତ୍ମକ ସନ୍ଦେଶ ମିଳୁଛି। ଏହା ଦେଶର ଅର୍ଥବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ପାଇଁ ଗୌରବର ମୁହୂର୍ତ୍ତ । ଆଜି ନାରୀଙ୍କୁ ସମ୍ମାନ ଓ ଆଦିବାସୀଙ୍କୁ ସମ୍ମାନ କରିବାର ଦିନ। ରାଷ୍ଟ୍ରପତି ଭାବେ ପ୍ରଥମ ଅଭିଭାଷଣ ରଖିବେ ଦ୍ରୌପଦୀ ମୁର୍ମୁ।

Leave A Reply

Your email address will not be published.