ନୂଆଦିଲ୍ଲୀ (ଆମ ଟିଭି): ଆଜି ସଂସଦ ଭାବନରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହାପୂର୍ବରୁ ମିଳିତ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ସାଂସଦ ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ମାଧ୍ୟମରେ ବିଜେପି ନିର୍ବାଚନର ଫାଇଦା ନେବାକୁ ଚେଷ୍ଟା କରୁଛି। କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ କିନ୍ତୁ ଲାଗୁଥିଲା ଯେ ବିଜେପି ସରକାର ତାଙ୍କ ମାଧ୍ୟମରେ ପରବର୍ତ୍ତୀ ନିର୍ବାଚନ ପ୍ରଚାର କରୁଛନ୍ତି। ପୁରା ଭାଷଣ ଏକ ନିର୍ବାଚନ ଭାଷଣ ପରି ମନେ ହେଉଥିଲା ଜ୍ଝ ସେ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାର୍ୟ୍ୟକୁ ପ୍ରଶଂସା କରିବାକୁ ଚେଷ୍ଟା କରୁଥିଲେ। ଆମେ ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାୟୀ କରିପାରିବୁ ନାହିଁ କାରଣ ଭାଷଣ ବର୍ତ୍ତମାନର କେନ୍ଦ୍ର ସରକାର ଲେଖିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ସେହି ସବୁ କଥା କହିଲେ ନାହିଁ ଯେଉଁଥିରେ ସରକାରଙ୍କ ପ୍ରଦର୍ଶନ ଭଲ ନଥିଲା। ଉଲ୍ଲେଖ ଥାଉ କି ଆଜି ବଜେଟ ଅଧିବେଶନର ଉଦ୍ଘାଟନୀ ଉତ୍ସବକୁ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ‘ଆଜି ଭାରତ ଜଣେ ନିର୍ଭୀକ ଓ ନିର୍ଣ୍ଣାୟକ ସରକାର ପାଇଛି। ସରକାର ଖୁବ୍ ଶୀଘ୍ର ୯ ବର୍ଷ ପୂରା କରିବେ। ଏବେ ସୁଦ୍ଧା ହୋଇଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଭାରତୀୟଙ୍କ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ପୂରା ବିଶ୍ବର ସମସ୍ୟାର ଭାରତ ଏବେ ସମାଧାନ ପାଲଟିଛି।