ଜୋଶୀମଠ ପରେ ଏବେ ଜମ୍ମୁର ଡୋଡୋ ଜିଲ୍ଲାରେ ଫାଟୁଛି ଘର

0

ଜମ୍ମୁ (ଆମ ଟିଭି): ଜୋଶୀମଠ ପରେ ଏବେ ଜମ୍ମୁରେ ଅନେକ ସ୍ଥାନରେ ଘର ଫାଟିବା ଆରମ୍ଭ କରିଛି । ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଏକ ଗାଁର ଅନେକ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରଶାସନ ତରଫରୁ ଏକ ବିଶେଷଜ୍ଞ ଟିମ୍ ଯାଞ୍ଚ ପାଇଁ ପଠାଯାଇଛି ।

ଏହି ଗାଁରେ ପାଖାପାଖି ୫୦ଟି ଘର ରହିଛି । ଯେଉଁଥିରେ ୨୦ଟି ଘର ଓ ଗୋଟିଏ ମସଜିଦର କାନ୍ଥରେ ଫାଟ ଦେଖାଦେଇଛି । ତେବେ ଧୀରେଧୀରେ ମାଟି ଧସିବା ଯୋଗୁଁ ଏଭଳି ହେଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ତରଫରୁ ପଠାଯାଇଥିବା ଟିମ୍ ଘଟଣାର ଯାଞ୍ଚ କରୁଛି ।

Leave A Reply

Your email address will not be published.