ରାଜଧାନୀରେ ବୋମାମାଡ଼

0

ଭୁବନେଶ୍ୱର(ଆମ ଟିଭି): ରାଜଧାନୀରେ ବୋମାମାଡ଼ । ସାମାନ୍ୟ ବଚସାରୁ ରାଜଧାନୀରେ ବୋମାମାଡ଼ ହୋଇଥିବା ଖବର ମିଳିଛି। ବରମୁଣ୍ଡା ନୂଆ ବସଷ୍ଟାଣ୍ଡ ନିକଟରେ ଫୁଟିଲା ବୋମା । ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଜୟ ଜଗନ୍ନାଥ ହୋଟେଲ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ ।

ଖାଦ୍ୟ ଖାଇବା ପରେ ପଇସା ଦେବାକୁ ନେଇ ଦୁର୍ବୃତ୍ତ ଓ ଦୋକାନୀ ମଧ୍ୟରେ ହୋଇଥିଲା ବଚସା । ବଚସାରୁ ବୋମାମାଡ଼ରେ ୩ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.