ଧରଣୀଧର ସ୍ୱୟଂଶାସିତ କଲେଜ ହେଲା ବିଶ୍ୱବିଦ୍ୟାଳୟ

0

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ । କେନ୍ଦୁଝର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବଡ଼ ଭେଟି । ପୂରଣ ହେଲା ଦୀର୍ଘଦିନର ଦାବି । ଭିଡିଓ ଜାରି କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ ସ୍ବତନ୍ତ୍ର ଭାବେ ବିଶ୍ବବିଦ୍ୟାଳୟ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

ସୂଚନାଯୋଗ୍ୟ, ୧୯୫୭ରେ କଲେଜ ପ୍ରତିଷ୍ଠା ହୋଇଥିଲା । ନାକ୍ ଟିମ୍ ପକ୍ଷରୁ ବି++ ଗ୍ରେଡ୍ ପାଇଥିଲା କଲେଜ । ସେହିପରି ଆସନ୍ତାକାଲି କେନ୍ଦୁଝରରେ ଯୋଡ଼ି ହେବ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । କେନ୍ଦୁଝର ଗସ୍ତ କରି ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମେଡ଼ିକାଲ୍ କଲେଜରେ ପ୍ରଥମ ବର୍ଷ ୧୦୦ଟି ଏମବିବିଏସ ସିଟରେ ପାଠପଢ଼ା ଆରମ୍ଭ ହୋଇଛି ।

Leave A Reply

Your email address will not be published.