ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲା ବିଜେପି: କହିଲା-‘ବିପଦ ବେଳର ବନ୍ଧୁ’ ନୁହଁନ୍ତି ବିଜେଡି ସୁପ୍ରିମୋ
ଭୁବନେଶ୍ୱର: ଗଞ୍ଜାମ ବନ୍ୟାଞ୍ଚଳରେ ବିପନ୍ନଙ୍କୁ ଭେଟିଲେ ନବୀନ। ଏହି ଗସ୍ତକୁ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ନେଇ ଶାସକ ଦଳ ବିଜେପି ତୀବ୍ର ସମାଲୋଚନା କରିଛି। ‘ବାତ୍ୟା ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ଏକ ସପ୍ତାହ ପରେ ନବୀନ ପଟ୍ଟନାୟକ ସେଠାକୁ ଗସ୍ତ କରିଥିବାରୁ ବିଜେପି ନେତା ଓ ମନ୍ତ୍ରୀମାନେ ତାଙ୍କୁ ଘେରିଛନ୍ତି।
ବିଜେଡି ସୁପ୍ରିମୋଙ୍କ ଗଞ୍ଜାମ ଗସ୍ତକୁ ନେଇ ବର୍ଷିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିପଦ ସମୟରେ ନବୀନ ଗଞ୍ଜାମ ଆସିନଥିବା ଅଭିଯୋଗ କରିବା ସହ ତାଙ୍କ ଗସ୍ତକୁ ନେଇ ଉଠାଇଲେ ପ୍ରଶ୍ନ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ବିଜେପି ନେତା ଚାଣକ୍ୟଙ୍କ ଶ୍ଳୋକ ଉଦ୍ଧାର କରି କହିଛନ୍ତି ଯେ, ଯିଏ ବିପଦ ସମୟରେ ତୁରନ୍ତ ପହଞ୍ଚେ ସିଏ ହିଁ ପ୍ରକୃତ ବନ୍ଧୁ। ବନ୍ୟା ଆସିବାର ୭-୮ ଦିନ ପରେ ନବୀନ ବାବୁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଗଞ୍ଜାମ ଗସ୍ତ କରୁଥିବାରୁ ତାଙ୍କର ଏହି ଗସ୍ତ କେବଳ ରାଜନୈତିକ ବୋଲି ସେମାନେ ଦର୍ଶାଇଛନ୍ତି।