କ୍ବାଡ୍‌ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ନୂଆ ରଣନୀତି ଉପରେ ପୂରା ବିଶ୍ବର ନଜର

0

ନୂଆଦିଲ୍ଲୀ(ଆମ ଟିଭି) :୨ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ମୋଦୀ କ୍ବାଡ୍‌ ସମ୍ମିଳନୀରେ ଯୋଗ ଦେବେ। କ୍ବାଡ୍‌ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟ‌ରେ ସହଯୋଗ ସୁଦୃଢ଼ କରିବା ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ଥିବା ବେଳେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଭାରତ-ଜାପାନ-ଆମେରିକା-ଅଷ୍ଟ୍ରେିଲିଆର ନୂଆ ସାମରିକ ନୀତି ମଧ୍ୟ ନିର୍ଦ୍ଧାରଣ ହେବ। ଚୀନ୍‌କୁ ମାତ୍ ଦେବାକୁ ନେଇ କଣ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି ତାହା ଉପରେ ପୂରା ବିଶ୍ବର ନଜର ରହିଛି।

ମୋଦୀଙ୍କ ସହିତ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବା‌ଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ ଯୋଗ ଦେବେ। କ୍ବାଡ୍‌ରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଅଛନ୍ତି।

Leave A Reply

Your email address will not be published.