ସ୍କୁଲରେ ଭୟଙ୍କର ଗୁଳିମାଡ, ଆତତାୟୀଙ୍କ ଗୁଲିରେ ଟଳିଲେ ୧୮ ଶିଶୁ ଓ ୩ ଶିକ୍ଷକ

0

ନୂଆଦିଲ୍ଲୀ( ଆମ ଟିଭି): ଆମେରିକାର ସ୍କୁଲରେ ଭୟଙ୍କର ଗୁଳିମାଡ । ଫଳରେ ୧୮ ନିଷ୍ପାପ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବଟ୍। ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବୃଦ୍ଧି ପାଉଛି । ଟେକ୍କାସ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ଉବାଲ୍ଡ ସହରରେ ଏହି ଗୁଳିକାଣ୍ଡ ଘଟିଛି । ଜଣେ ୧୮ ବର୍ଷୀୟ ବ୍ୟକ୍ତି ସ୍କୁଲରେ ପଶି ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କୁ ଟାର୍ଗେଟ୍ କରିଥିଲା । ଏଥିରେ ୧୮ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ।

ଆତତାୟୀ ଗୁଳି ମାଡ କରିବା ପରେ ନିଜକୁ ମଧ୍ୟ ଗୁଳି କରିଦେଇଛି । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି ।

Leave A Reply

Your email address will not be published.