ଭାରତ ଆସିବ ପାକିସ୍ତାନ ଟିମ୍, ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ତାରିଖ ଘୋଷଣା

0

ଭାରତୀୟ ମାଟିରେ ଦୀର୍ଘ ବର୍ଷ ପରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା ‘ପୁରୁଷ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬’ ପାଇଁ ଭାରତ ଗସ୍ତ କରିବ ପାକ୍ ଟିମ୍। ସୋମବାର ହକି ଇଣ୍ଡିଆ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।

ପଞ୍ଜାବର ମୋହାଲିଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବର ଦୁଇଟି ପ୍ରମୁଖ ସହର ଜଳନ୍ଧର ଓ ମୋହାଲିରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଉଦଘାଟନୀ ସମାରୋହ ଓ ଲିଗ୍ ମ୍ୟାଚ୍ ଜଳନ୍ଧର ଏବଂ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ମୋହାଲିରେ ଖେଳାଯିବ।

Leave A Reply

Your email address will not be published.