ମୁଁ ଜେଲରେ ରହିବାକୁ ପ୍ରସ୍ତୁତ କହିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କିଛି ମାସ ଜେଲ୍ରେ ରହିବାକୁ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ ବୋଲି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍ମୀ ପାର୍ଟି’ର ନେତା ମନୀଷ ସିସୋଦିଆ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ‘ସିବିଆଇ’ ମନୀଷ ସିସୋଦିଆଙ୍କୁ ଡକାଇଛି। ଏ ବିଷୟରେ ଟୁଇଟ୍ କରି ସିସୋଦିଆ ଲେଖିଛନ୍ତି ଯେ, ଆଜି ପୁଣି ଜେରା ପାଇଁ ସେ ‘ସିବିଆଇ’ କାର୍ଯ୍ୟାଳୟକୁ ଯିବେ।
ସେ ଲେଖିଛନ୍ତି: ଆଜି ପୁଣି ‘ସିବିଆଇ’କୁ ଯିବି। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍ରେ ରହିବାକୁ ପଡ଼େ, ସେଥିପାଇଁ ମୋର ପରବାଏ ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍ ଯିବା ତୁଚ୍ଛ କଥା।