ଆଜିଠୁ ଭିଜିବ ଓଡ଼ିଶା

0

ଭୁବନେଶ୍ୱର(ଆମ ଟିଭି): ଅସହ୍ୟ ତାତିରୁ ମିଳିବ ନିସ୍ତାର । ଦୀର୍ଘଦିନ ପରେ ଆଜିଠୁ ଭିଜିବ ରାଜ୍ୟ। ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା । ୨୧ ତାରିଖ ପର୍ୟ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରରେ ଝଡ଼ ପବନ ସହ ପ୍ରବଳ ବର୍ଷା ହେବ ।

ଅନ୍ୟପଟେ କାଲି ଏବଂ ୧୭ ତାରିଖରେ ପୂରା ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ୯ ଏବଂ ୧୭ ତାରିଖରେ ୧୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ଏଭଳି ପାଗ ୨୨ ତାରିଖ ପର୍ୟ୍ୟନ୍ତ ଜାରି ରହିବ । ୨୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ପୁଣି ଉପରମୁହାଁ ହେବ ପାରଦ ।

 

Leave A Reply

Your email address will not be published.