କାହିଁକି ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି, ଜାଣନ୍ତୁ

0

ନୂଆଦିଲ୍ଲୀ : ନିଜ ଦେଶରେ କେହି ସଂଖ୍ୟାଲଘୁ ନୁହନ୍ତି ବୋଲି ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡେ କନ୍‌କ୍ଲେଭରେ ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ଭାରତରେ ସଂଖ୍ୟାଲଘୁ ହେବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସ୍ମୃତି କହିଛନ୍ତି ଯେ ମୁଁ ଜଣେ ସ୍ବଳ୍ପ-ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କୁ ବିବାହ କରିଛି। ସାରା ବିଶ୍ୱରେ ସେମାନଙ୍କ ସଂଖ୍ୟା ପ୍ରାୟ ୫୫,୦୦୦। ସ୍ୱାମୀଙ୍କ ପରିବାର ନିଜକୁ କେବେ ସଂଖ୍ୟାଲଘୁ ଭାବନ୍ତି ନାହିଁ। ତେଣୁ ମୁଁ ନିଜକୁ ଗର୍ବିତ ମନେ କରେ। କାରଣ ଜଣେ ଭାରତୀୟ ନିଜ ଦେଶରେ ସଂଖ୍ୟାଲଘୁ ହୋଇପାରିବେ ନାହିଁ। ଆଇନ ଅନୁଯାୟୀ ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଉଚିତ।

ହିନ୍ଦୁତ୍ବ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପ୍ରଧାନ ସେବକ’ ବୋଲି ଉଲ୍ଲେଖ କରି ସ୍ମୃତି କହିଛନ୍ତି, ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତି ଏବଂ ତାଙ୍କର କଲ୍ୟାଣ ଯୋଜନା ଭାରତରେ ଉନ୍ନତି ଆଣିଛି।

Leave A Reply

Your email address will not be published.