ନୂଆଦିଲ୍ଲୀ(ଆମ ଟିଭି): ସୁପର ସନଡେରେ ହାଇଭୋଲଟେଜ୍ ମ୍ୟାଚ୍ । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ତିନି ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ । ମୁମ୍ବାଇରେ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିବା ପରେ ଆଜିର ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ହାତେଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚରେ ଭାରତୀୟ ଦଳକୁ ଫେରିବେ ଅଧିନାୟକ ରୋହିତ ଶର୍ମା । ବ୍ୟକ୍ତିଗତ କାରଣରୁ ପ୍ରଥମ ମ୍ୟାଚ ଖେଳିପାରିନଥିବା ରୋହିତ ପୁଣି ଦଳକୁ ଫେରିଛନ୍ତି । ତେବେ ରୋହିତ ଶର୍ମା ଦଳକୁ ଫେରିବା ପରେ ଇଶାନ କିଶାନ ଦଳର ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିପାରନ୍ତି । ରୋହିତ ଦଳକୁ ଫେରିବା ପରେ ଦଳର ବ୍ୟାଟିଂ ଲାଇନ ଅଫ୍ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ସେପଟେ ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରିନଥିବା ବିରାଟ କୋହଲିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।
ସେପଟେ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ । ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚରେ ବିଜୟ ଲାଭ କରି ସିରିଜ କବ୍ଜା କରିବା ଲକ୍ଷ୍ୟରେ କଙ୍ଗାରୁ ଦଳ ।