ପାହାଡ଼ ପାଖରେ ଥିବା ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ
ଗିଡ଼ିପାବାଲି ଭୂସ୍ଖଳନ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ଯୋଜନା। ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି। ଭୂସ୍ଖଳନ ସମ୍ଭାବନା ଥିବା ଅଂଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି।
କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି। ଅନେକ ଭୂସ୍ଖଳନ ପଏଣ୍ଟ ରହିଛି। ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇ ଦେବେ ସରକାର। କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି।
ଉତ୍ତର ପୂର୍ବ ରାଜ୍ୟକୁ ଆମ ଅଧିକାରୀ ମାନେ ଯାଇଥିଲେ। ଜନ ବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏବେ ଗିଡ଼ିପାବାଲି ଠାରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ। ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ. ଅନ୍ତୋଦ୍ୟାୟ ଯୋଜନାରେ ଘର ମିଳିବ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।