ଅମୃତପାଲ ସିଂଙ୍କୁ ଗିରଫ ପାଇଁ ନାକେଦମ୍ ପଞ୍ଜାବ ପୋଲିସ

0

ନୂଆଦିଲ୍ଲୀ(ଆମ ଟିଭି): ଖଲିସ୍ତାନୀ ନେତା ଅମୃତପାଲ ସିଂଙ୍କୁ ଗିରଫ କରିବା ପାଇଁ ନାକେଦମ୍ ହେଲାଣି ପଞ୍ଜାମ ପୋଲିସ । ବେଶ ବଦଳାଇ ଚମ୍ପଟ ମାରିବାରେ ଲାଗିଛି ଅମୃତପାଲ। ରବିବାର କାରରେ ଫେରାର ହେବାପରେ ଜଳନ୍ଧରରେ ଏକ ଗୁରୁଦ୍ବାରରେ ବେଶ ବଦଳାଇ ଅମୃତପାଲ ବାଇକରେ ଫେରାର ହେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲଗାତାର ୪ଦିନ ଧରି ପୋଲିସ ବିଶାଳ ଅପରେସନ ଜାରି ରଖିଛି। ଗୁଇନ୍ଦା ବିଭାଗ ବି ସକ୍ରିୟ ରହିଛି। କିନ୍ତୁ ଅମୃତପାଲକୁ ଗିରଫ କରାଯାଇପାରିନି। ଆଜି ଏହି ପ୍ରସଙ୍ଗରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି।

ହାଇକୋର୍ଟ କହିଛନ୍ତି, ଅମୃତପାଲ ସିଂହକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ କେମିତି ଗିରଫ ହେଲେ। ଯଦି ଅମୃତପାଲ ଖସିଗଲା ତେବେ ଏହା ଗୁଇନ୍ଦା ବିଫଳତା। କୋର୍ଟ କହିଛନ୍ତି, ତୁମର ୮୦ହଜାର ପୋଲିସ ଥିଲେ। ସେମାନେ କଣ କରୁଥିଲେ। ଅମୃତପାଲ ସିଂହ ଖସିଲା କେମିତି। ଏହା ରାଜ୍ୟ ପୋଲିସର ବଡ଼ ବିଫଳତା ବୋଲି କୋର୍ଟ କହିଛନ୍ତି। ଏହାସହିତ ଖଲିସ୍ତାନ ସମର୍ଥକ ଅମୃତପାଲର ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିବାରେ ଲାଗିଛି । ଅମୃତପାଲଙ୍କ ସହଯୋଗରେ ଆଇଏସଆଇ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଉଥିଲା । ଅମୃତପାଲ ହିଁ ବିଭିନ୍ନ ସ୍ଥାନକୁ ଡ୍ରଗ୍ସ ପଠାଇବା ସହିତ ବିଚ୍ଛିନ୍ନତାବାଦୀଙ୍କୁ ସହଯୋଗ କରୁଥିଲେ। ପଞ୍ଜାବରେ ସୀମା ସୁରକ୍ଷା ବଳ କେବଳ ୨୦୨୨ରେ ୨୫୬ ଥର ସନ୍ଦିଗ୍ଧ ଡ୍ରୋନ ଠାବ କରିଥିଲେ । ପାକିସ୍ତାନୀ ଡ୍ରୋନ କାରବାରରେ ଅମୃତପାଲର ଲିଙ୍କ୍ ନେଇ ଗୁଇନ୍ଦା ଏଜେନ୍ସି ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.