ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ ଆସାମ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କ କର୍ମ ବାମ ହେଲେ ଆମର କି ଦୋଷ ବୋଲି ଲୋକସଭା ସାଂସଦ ପଦରୁ ରାହୁଲ୍‌ଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି ସାମ୍ବାଦିକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଲୋକସଭା ସଦସ୍ୟତାରୁ ରାହୁଲ୍‌ଙ୍କୁ ଅଯୋଗ୍ୟ ଘୋଷଣା ମାମଲା ରାଜନୈତିକ ନୁହେଁ, ନ୍ୟାୟିକ ନିଷ୍ପତ୍ତି।

ସଦସ୍ୟତା ପଦ ରଦ୍ଦ କ’ଣ ରାହୁଲ୍‌ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର୍‌ର ଅବସାନ ବୋଲି ପଚରା ଯିବାରୁ ସେ କହିଲେ, ନା, ନା, ଆପଣ ଜଣେ ବିରୋଧୀ ନେତା। ଆପଣ ରାଲି, ସଭା, ଭାରତ ଯୋଡ଼ୋ ଯାତ୍ରା କରିଛନ୍ତି। ଆପଣ ହାଇକୋର୍ଟକୁ ଯାଆନ୍ତୁ, ସୁପ୍ରିମ୍‌ କୋର୍ଟକୁ ଯାଆନ୍ତୁ, କିନ୍ତୁ ଗୋଟାଏ ସମ୍ପ୍ରଦାୟକୁ ନିନ୍ଦା କରିପାରିବେ ନାହିଁ। ଏଇଟା ଠିକ୍‌ କଥା ନୁହେଁ।

ଶର୍ମା ପୁଣି କହିଛନ୍ତି, ଯଦି ଆପଣ ନ୍ୟାୟିକ ବିଚାର ନିଷ୍ପତ୍ତିରେ ଅସନ୍ତୁଷ୍ଟ, ତେବେ ଉଚ୍ଚତର ଅଦାଲତକୁ ଯାଆନ୍ତୁ। ଅଯୋଗ୍ୟତା ପ୍ରସଙ୍ଗ କଥା କହିବାକୁ ଗଲେ, ତାଙ୍କୁ ତୁରନ୍ତ ଅଯୋଗ୍ୟତାରୁ ବଞ୍ଚିତ କରିବାକୁ ଥିବା ଅଧ୍ୟାଦେଶକୁ ସେ ନିଜେ ଚିରି ପକାଇଛନ୍ତି। ତାଙ୍କ କର୍ମ ବାମ ହେଲେ, ଆମର ବା ଦୋଷ କ’ଣ? ହିନ୍ଦୁ ଧର୍ମରେ ଆମେ କର୍ମରେ ବିଶ୍ବାସ କରୁ। ପ୍ରଧାନମନ୍ତ୍ରୀ ଥିବା ବ‌େଳେ ଡକ୍ଟର୍‌ ସିଂହ ଅଧ୍ୟାଦେଶ ପ୍ରଚଳନ କରିଥିଲେ।

Leave A Reply

Your email address will not be published.