କର୍ଣାଟକ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
ବେଙ୍ଗାଲୁରୁ: ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଆଜି କଂଗ୍ରେସ ପାର୍ଟି ପ୍ରଥମ ପର୍ଯ୍ୟାୟରେ ୧୨୪ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି।
ଏଥର ପୁଅର ନିର୍ବାଚନ ମଣ୍ଡଳୀ ‘ବରୁଣ’ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି, କର୍ଣ୍ଣାଟକ କଂଗ୍ରେସ ସଭାପତି ଡି. କେ. ଶିବକୁମାର କନକପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ।
ମହୀଶୂର ଅନ୍ତର୍ଗତ ବରୁଣ ଆସନରେ ସମ୍ପ୍ରତି ବିଧାୟକ ଅଛନ୍ତି ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର ସିଦ୍ଧରମୈୟା ଏବଂ ରାଜ୍ୟର ଉତ୍ତର ଭାଗ ଅନ୍ତର୍ଗତ ବାଗଲ୍କୋଟ୍ ଜିଲ୍ଲାର ବାଦାମୀ ଆସନର ବିଧାୟକ ଅଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧରମୈୟା।