ନିଉଜ୍‍-୧୮ ପକ୍ଷରୁ ଏଜୁକେସନ୍‍ ଏମିନେନ୍ସ-୨୦୨୨ ଜୁପିଟର୍‍ ପବ୍ଲିକ୍‍ ସ୍କୁଲ୍‍କୁ ମିଳିଲା ଆୱାର୍ଡ

0

ଭୁବନେଶ୍ୱର: ଭବିଷ୍ୟତ ପିଢ଼ି ଗଢ଼ିବା ତଥା ଭବିଷ୍ୟ ନିର୍ମାଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତୁଳନୀୟ । କରୋନାର ଆତଙ୍କ କାଳ ଓ ପରବର୍ତ୍ତୀ ସମୟରେ ସମନ୍ୱିତ ଉନ୍ନତ ଶିକ୍ଷା କ୍ଷେତ୍ରରେ ଜୁପିଟର୍‍ ଗ୍ରୁପ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍ସର ଅବଦାନ ଅନନ୍ୟ । ଏହି ଗ୍ରୁପ୍‍ ଦ୍ୱାରା ଜୁପିଟର୍‍ ପବ୍ଲିକ୍‍ ସ୍କୁଲ୍‍ (ଜେପିଏସ୍‍) ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରି ଶିକ୍ଷାସେବା ପ୍ରଦାନ କରିଆସୁଛି । ଏଥିପାଇଁ ଜୁପିଟର୍‍ ପବ୍ଲିକ୍‍ ସ୍କୁଲ୍‍କୁ ଜାତୀୟ ଗଣମାଧ୍ୟମ ସଂସ୍ଥା ନିଉଜ୍‍-୧୮ ନେଟୱର୍କ ପକ୍ଷରୁ ‘ଏଜୁକେସନ୍‍ ଏମିନେନ୍ସ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଛି । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କଠାରୁ ଜୁପିଟର୍‍ ଗ୍ରୁପ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁଟ୍‍ସର ଉପସଭାପତି ବିଶ୍ୱରଞ୍ଜନ ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ନିଉଜ୍‍-୧୮ ଓଡ଼ିଆର ବରିଷ୍ଠ ସମ୍ପାଦକ ଦୟାନିଧି ଦାଶ ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ମାୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱରସ୍ଥିତ ହୋଟେଲ୍‍ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍‍ନାଲ୍‍ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.