ହାଇଦ୍ରାବାଦ୍ (ଆମ ଟିଭି): ରାମ ନବମୀରେ ବଡ଼ ଧରଣର ଅଘଟଣ । ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ରାମନବମୀ ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ମନ୍ଦିରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି ।
ଅଗ୍ନିଶମ ବାହିନୀର ଉଦ୍ଧାର କାର୍ୟ୍ୟରେ ଲାଗିଥିବା ବେଳେ ଆହତଙ୍କ ସମ୍ପର୍କରେ ଏପର୍ୟ୍ୟନ୍ତ ସୂଚନା ମିଳିନି । ସେପଟେ କେଉଁ କାରଣରୁ ବେଣୁଗୋପାଳ ସ୍ୱାମୀ ମନ୍ଦିରରେ ନିଆଁ ଲାଗିଲା ତାହାର କାରଣ ମଧ୍ୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ।