ଆସନ୍ତାକାଲି ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର (ଆମ ଟିଭି): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯିବେ। ଏନେଇ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଜାପାନର ବିଭିନ୍ନ ସହରରେ ରୋଡ଼ ସୋ କରିବା ସହ ନିବେଶକଙ୍କ ସହ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅଧିକରୁ ଅଧିକ ବିଦେଶ ପୁଞ୍ଜି ଆଣିବା ଆଶା ରହିଛି। ଜାପାନର ମେଟାଲ,ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଆଦି ହବ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ବୁଲି ଦେଖିବେ। ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ।

ଗତବର୍ଷ ଦୁବାଇ ଗସ୍ତ ବେଳେ ୨୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା। ଜାପାନରେ ତାହାଠାରୁ ଅଧିକ ହେବ ବୋଲି ଆଶା ରଖିଛୁ। ସେ ଆହୁରି କହିଛନ୍ତି, କେନ୍ଦ୍ର ପକ୍ଷରୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୁଏ। ବାଣିଜ୍ୟ ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଯୋଗାଯୋଗ ରହିଥାଏ। ଯେଉଁ ଦେଶ ଆଗ୍ରହ ଦେଖାଏ, ସେହି ଦେଶକୁ ଟିମ୍ ଯାଏ। ଜାପାନ, ଜର୍ମାନୀ, ନରୱେ ଓ ନେପାଳ ଆଗ୍ରହ ଦେଖାଇଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏହି ସବୁ ଦେଶ ଆଗ୍ରହୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟିମ୍ ଜାପାନ ଯାଉଛନ୍ତି। ଏହି ଟିମ୍ ରେ ଶିଳ୍ପପତି ଅଛନ୍ତି।

Leave A Reply

Your email address will not be published.