ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି: ଷଷ୍ଠ ରାଉଣ୍ଡ ସୁଦ୍ଧା ଆଗରେ ଅଳକା
ଝାରସୁଗୁଡ଼ା(ଆମ ଟିଭି): ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ଆଗରେ ଅଛନ୍ତି ବିଜେଡିର ଅଳକା ମହାନ୍ତି । ଅଳକାଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଓ କଂଗ୍ରେସର କିଶୋର ପଟେଲଙ୍କୁ ୬୦୮୮ ଖଣ୍ଡ ଭୋଟ୍ ମିଳିଛି ।
ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ବିଜେଡିର ଅଳକା ମହାନ୍ତିଙ୍କୁ ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୦୧୪ ଭୋଟ ମିଳିଥିଲା। ସେହିପରି ୨ୟ ରାଉଣ୍ଟରେ ବିଜେଡିର ଅଳକା ମହାନ୍ତିଙ୍କୁ ୧୦୨୪୮ଟି ଭୋଟ ମିଳିଥିବାବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୬୨୩ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୬୯୯ ଟି ଭୋଟ ମିଳିଛି । ସେହିପରି ସିପିଆଇକୁ ୨୧୨ ଭୋଟ୍ ମିଳିଛି।