ବୁଲେଟ ପ୍ରୁଫ ଗାଡ଼ି କିନିଲେ ସଲମାନ୍ ଖାନ୍

0

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଇ-ମେଲ୍‌ ଜରିଆରେ ହତ୍ୟା ଧମକ ମିଳିଥିଲା। ଏହି ଧମକ ପ‌ରେ ସଲମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିବା ବେଳେ ତାଙ୍କୁ କିଛି ଦିନ ବାହାରେ ସୁଟିଂ କରିବାକୁ ମନା କରାଯାଇଛି। ଏମଧ୍ୟରେ ପରିସ୍ଥିତିକୁ ଦେଖି ସଲମାନ ବୁଲେଟ ପ୍ରୁଫ ଗାଡି କିଣିଛନ୍ତି।

ମିଳିଥିବା ସୂଚନା ମୁତାବକ, ସଲମାନ ନିଶାନ ପେଟ୍ରୋଲ ଏସୟୁଭି କିଣିଛନ୍ତି। ଭାରତ ବଜାରରେ ଏହି ଗାଡି ଲଞ୍ଚ ହୋଇନଥିବା ବେଳେ ସଲମାନ ବିଦେଶରୁ ଏହି ଗାଡି ଆଣିଛନ୍ତି। ଏହି ବୁଲେଟପ୍ରୁଫ ଗାଡ଼ି ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଏହାର ଚାହିଦା ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଇ-ମେଲ ଜରିଆରେ ଏତଲା ଦିଆଯାଇଥିଲା। ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏତଲା ପଞ୍ଜିକୃତ ହେବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ରାଜସ୍ଥାନର ଯୋଧପୁରରୁ ଏହି ଇମେଲ ପଠାଯାଇଛି । ପରେ ଏହି ସୂଚନା ଯୋଧପୁର ପୁଲିସକୁ ପଠାଯାଇଥିଲା। ଯୋଧପୁର ପୁଲିସ ଅଧିକ ଅନୁସନ୍ଧାନ କରି ଜାଣିଥିଲା ଯେ ଯୋଧପୁରର ସିଆଗୋ କି ଧାନୀରେ ରହୁଥିବା ଧାକଡରାମ ବିଷ୍ଣୋଇଙ୍କ ଦ୍ୱାରା ଏହି ଇମେଲ ପଠାଯାଇଛି। ଏହି ସୂଚନା ପାଇବା ପରେ ମୁମ୍ବାଇ ଓ ଯୋଧପୁର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରି ଅଭିଯୁକ୍ତକୁ ଗିରଫ କରିଥିଲେ।

Leave A Reply

Your email address will not be published.