ଶପଥ ଗ୍ରହଣ କରୁଛନ୍ତି ନବୀନଙ୍କ ନୂଆ ଟିମ
ଭୁବନେଶ୍ଵର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶପଥ ନେଉଛନ୍ତି ନବୀନଙ୍କ ନୂଆ ଟିମ୍ । ଲୋକସେବା ଭବନର କନଭେସନ ହଲରେ ଜଣେ ପରେ ଜଣେ ମନ୍ତ୍ରୀ ଶପଥ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା୍ୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେଉଛନ୍ତି। ୨୧ ଜଣିଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ମନ୍ତ୍ରୀମାନେ କନଭେସନ ହଲରେ ଉପସ୍ଥିତ ଅଛନ୍ତି।
ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ଏମାନଙ୍କ ଭିତରୁ ୩ଜଣଙ୍କୁ କ୍ୟାବିନେଟ୍ ଓ ୨ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।