ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରଖିଦେଲେ ୩୪ ଘଣ୍ଟା

0

ଭୁବନେଶ୍ୱର (ଆମ ଟିଭି): ୩୪ ଘଣ୍ଟା ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ।  ସେବାୟତ ଓ ପ୍ରଶାସନର ମନମାନି ପାଇଁ ମହାପ୍ରଭୁ ଦୀର୍ଘ ଦୁଇ ଦିନ ନିଟୋଳ ଉପବାସ ରହିଲେ। ଶେଷରେ  ସେବାୟତ ଓ ପ୍ରଶାସନ ମଧ୍ୟରେ ଆପୋଷ ବୁଝାମଣା ପରେ ରାତି ୧୦ଟାରେ ଠାକୁରଙ୍କ ନୀତିରେ ଯୋଗଦେଲେ ସେବାୟତ । ତରବରିଆ ଭାବେ ଠାକୁରଙ୍କ ନୀତି ସହ ଦେବ ଦମ୍ପତ୍ତିଙ୍କ ମଙ୍ଗଳକାମ ସାରିଦେଲେ ।

ପ୍ରାୟ ଭୋର ୪ଟାରେ ବରକନ୍ୟାଙ୍କୁ ବିମାନରେ ବିଜେ କରି ଦେବ ଦେବୀ ଅଭିମୁଖେ ବାହାରିଲେ । ଆଜି ଅପରାହ୍ଣରେ କେଦାରଗୌରୀ ମନ୍ଦିରରେ ଶିବ ବିବାହ ପର୍ବ ସଂପନ୍ନ ହେବ ।

Leave A Reply

Your email address will not be published.