ଜନ ସଂଖ୍ୟାରେ ଚୀନକୁ ପଛରେ ପକାଇଲା ଭାରତ

0

ନୂଆଦିଲ୍ଲୀ :ଚୀନ୍‌କୁ ପଛରେ ପକାଇଲା ଭାରତ । ବର୍ଷ ବର୍ଷ ଧରି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ତାଲିକାରେ ଚୀନ୍‌ ନାଁ ସବୁଠୁ ଉପରେ ରହୁଥିବା ବେଳେ ଏବେ ଭାରତ ସେହି ସ୍ଥାନ ଅଧିକାର କରିଛି। ଅର୍ଥାତ ଏବେ ଭାରତ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର। ଦ୍ୱିତୀୟ ତାଲିକାରେ ରହିଛି ଚୀନ । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଭିନ୍ନ ଦେଶର ଜନସଂଖ୍ୟା ଗଣନା କରାଯାଇ ଏପରି ରିପୋର୍ଟ ପ୍ରକାଶ ପାଇଛି।

ଚଳିତ ବର୍ଷ ପ୍ରାରମ୍ଭରେ ହିଁ ଭାରତ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ବୋଲି ଗ୍ଲୋବାଲ ଏକ୍ସପର୍ଟ୍ସ ନାମକ ସଂସ୍ଥା ଅନୁମାନ କରିଥିଲା, ଯେଉଁଥିରେ ସଂଯୁକ୍ତ ରାଷ୍ଟ୍ର ଏବେ ମୋହର ମାରିଛି। ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶିତ ରିପୋର୍ଟରେ ଭାରତ ଚୀନ୍‌ଠୁ ୨୯ ଲକ୍ଷ ଆଗରେ ରହିଛି। କିନ୍ତୁ ପ୍ରକୃତରେ ଭାରତ କେବେ ଚୀନ୍‌ ଜନସଂଖ୍ୟାକୁ ଅତିକ୍ରମ କରି ଆଗକୁ ବଢ଼ିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ।

ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ ଅନୁଯାୟୀ, ସମଗ୍ର ବିଶ୍ୱର ଜନସଂଖ୍ୟା ଏବେ ୮ଶହ କୋଟିରୁ ଅଧିକ ଅଟେ। ଏହି ରିପୋର୍ଟ ଅନୁଯାୟୀ, ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଅଟେ। ଅପରପକ୍ଷେ, ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଅଟେ। ଏପରି କ୍ଷେତ୍ରରେ ୨ ଦେଶର ଜନସଂଖ୍ୟାରେ ୨୯ ଲକ୍ଷ ପାର୍ଥକ୍ୟ ରହିଛି।

ଗତ ୧୯୫୦ ମସିହାରୁ ସଂଯୁକ୍ତ ରାଷ୍ଟ୍ର ବିଶ୍ୱର ବିଭିନ୍ନ ଦେଶର ଜନସଂଖ୍ୟା ରେକର୍ଡ ରଖୁଛି। ଏହାର ମିଡିଆ ପରାମର୍ଶଦାତା ଅନ୍ନା ଜେଫରିଜ କହିଛନ୍ତି, ଜନସଂଖ୍ୟା ମାମଲାରେ ଭାରତ କେବେ ଚୀନ୍‌କୁ ପଛରେ ପକାଇଲା, ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ୨ ଦେଶ ମଧ୍ୟରେ ଜନସଂଖ୍ୟା ଅନ୍ତର ଖୁବ୍‌ କମ୍‌ ରହିଛି।

Leave A Reply

Your email address will not be published.