ମୋଦୀ ବିରୋଧୀ ଅଭିଯାନ: ଅଖିଳେଶ ଓ ମମତାଙ୍କୁ ଭେଟିବେ ନୀତୀଶ

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେଲେଣି ମୋଦୀ ବିରୋଧୀ । ଆଉ ଏହାର ନେତୃତ୍ୱ ନେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହିକ୍ରମରେ ଆଜି ଗୋଟିଏ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି । ଜେଡିୟୁ ମୁଖ୍ୟ ନୀତିଶ କୁମାର ପ୍ରଥମେ ଉତ୍ତରପ୍ରଦେଶର ଲକ୍ଷେ୍ନøରେ ପହଂଚି ଅଖିଳେଶ ଯାଦବଙ୍କୁ ଭେଟିବେ । ଏହା ପରେ ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି । ଏହି ସାକ୍ଷାତ ଆଲୋଚନା କାର୍ୟ୍ୟକ୍ରମକୁ ସିଧା ସଳଖ ନୀତିଶଙ୍କ ବିଜେପି ବିରୋଧୀ ମେଣ୍ଟ ଭାବେ ଦେଖାଯାଉଛି । ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ତେବେ ନୀତିଶ ପ୍ରଥମ ଥର ପାଇଁ ବିରୋଧୀ ଏକତା ପାଇଁ ଉଦ୍ୟମ କରୁନାହାନ୍ତି । ଏହା ପୂର୍ବରୁ ୧୦ଦିନ ତଳେ ବିରୋଧୀ ଏକତା ନେଇ ବଡ ଘୋଷଣା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । କହିଥିଲେ ୨୦୨୪ ନିର୍ବାଚନରେ ସାରା ଦେଶ ଗସ୍ତରେ ବାହାରିବେ ଓ ଏହି ସମୟରେ ବିରୋଧୀ ଏକତା ଉପରେ ଫୋକସ କରାଯିବ । ଏନେଇ ଦିଲ୍ଲୀରେ ସମସ୍ତଙ୍କ କଥା ବାର୍ତ୍ତା ସରିଛି ଏବଂ କଂଗ୍ରେସ ମଧ୍ୟ ଏଥିରେ ସହମତ ଥିବା ନୀତିଶ କହିଥିଲେ ।

 

Leave A Reply

Your email address will not be published.