ନୂଆଦିଲ୍ଲୀ(ଆମ ଟିଭି): ଯୋଗୀଙ୍କୁ ପୁଣି ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଖବର ମିଳିଛି । ଅପରାଧୀ ଜଣକ ଡାଏଲ୍ ୧୧୨ରେ ମେସେଜ୍ କରି ଏହି ଧମକ ଦେଇଛି । ତେବେ ପୋଲିସ ଏହି ମାମଲାରେ ସତର୍କ ହେବା ସହିତ କେସ୍ ମଧ୍ୟ ରୁଜୁ କରିଛି । ଅନ୍ୟପଟେ ଏଟିଏସ୍ ଏହି ଘଟଣାରେ ସମସ୍ତ ଏଜେନ୍ସିକୁ ସତର୍କ ସୂଚନା ପଠାଇ ଦେଇଛି ।
ଏଫଆଇଆରରୁ ମିଳିଥିବା ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏପ୍ରିଲ ୨୩ ତାରିଖ ରାତି ୮ଟା ୨୨ ମିନିଟରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ଏହି ମେସେଜରେ କୁହାଯାଇଥିଲା, ସିଏମ୍ ଯୋଗୀଙ୍କୁ ଖୁବଶୀଘ୍ର ଜୀବନରୁ ମାରିଦେବି । ତେବେ ଯୋଗୀଙ୍କୁ ଏହି ହତ୍ୟା ଧମକ ମିଳିବା ପରେ ସମସ୍ତ ଯାଞ୍ଚ ଏଜେନ୍ସି ଆଲର୍ଟ ହେବା ସହିତ ସତର୍କ ହୋଇପଡିଛନ୍ତି ।