ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବାକୁ ମନା କରିଦେଲା ନିମହନ୍ସ

0

ଭୁବନେଶ୍ୱର(ଆମ ଟିଭି): ପୁଣି ଚର୍ଚ୍ଚାରେ ନବ ହତ୍ୟାକାଣ୍ଡ ପ୍ରସଙ୍ଗ । ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍ଥ୍ ଆଣ୍ଡ ନ୍ୟୁରୋ ସାଇନ୍ସେସ ବା ନିମହନ୍ସ କରିବ ନାହିଁ ଗୋପାଳ ଦାସର ମାନସିକ ସ୍ଥିତିର ଯାଞ୍ଚ । ସୂଚନା ଅନୁସାରେ ନବ ଦାସ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ନିମହନ୍ସ ଅଗ୍ରାହ୍ୟ କରିଦେଇଛି । ଚୌଦ୍ୱାର ଜେଲରେ ଥିବା ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ଏକ ଟିମ୍ ପଠାଇବାକୁ ନିମହନ୍ସକୁ ଅନୁରୋଧ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଏଥିପାଇଁ ମନା କରିଦେଇଛି ନିମହାନ୍ସ ।

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ନିମହନ୍ସ ନେବା ପାଇଁ ଝାରସୁଗୁଡା କୋର୍ଟରେ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ନିମହନ୍ସ ଟିମକୁ ଚୌଦ୍ୱାର ଆସି ଗୋପାଳର ମାନସିକ ସ୍ଥିତି ଯାଂଚ କରିବାକୁ ଆବେଦନ କରିଥିବା କ୍ରାଇମବ୍ରାଞ୍ଚର ଆବେଦନକୁ ମଧ୍ୟ ନିମହନ୍ସ ପକ୍ଷରୁ ମନା କରିଦିଆଯାଇଛି । ଜେଲକୁ ଟିମ୍ ପଠାଇ ମାନସିକ ସ୍ଥିତି ଯାଞ୍ଚ କରିବାର ଏମିତି କୌଣସି ସୁବିଧା ନାହିଁ ବୋଲି ନିମହନ୍ସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.