ବିଜେବି କଲେଜକୁ ଅଣଛାତ୍ରଙ୍କୁ ମନା

0

ଭୁବନେଶ୍ୱର(ଆମ ଟିଭି): ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱର ବିଜେବି କଲେଜରେ ଚାଲିଛି ବିଶୃଙ୍ଖଳା । ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚିଛି । ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର । କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ମାରପିଟ୍ ଓ ଅଶାନ୍ତ ସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ଏନେଇ କଲେଜରେ ପୋଷ୍ଟର ଲଗାଇଛନ୍ତି କର୍ତ୍ତୃପକ୍ଷ ।

ଗତକାଲି କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ କଲେଜରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲା ପୋଲିସ । ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ପୋଲିସ । ଏହାପୂର୍ବରୁ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ ହୋଇଥିଲେ ।

Leave A Reply

Your email address will not be published.