ବ୍ରାହ୍ମଣୀ ନବୀଦରେ ବୁଡ଼ିଗଲା ଡଙ୍ଗା: ଜଣେ ମୃତ, ଜଣେ ନିଖୋଜ୍
କେନ୍ଦ୍ରାପଡ଼ା(ଆମ ଟିଭି): କେନ୍ଦ୍ରାପଡ଼ା ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଆଜି ଘଟିଛି ଅଘଟଣ । ବୁଡ଼ିଲା ଡ଼ଙ୍ଗା । ଆଳି ଏକମାଣିଆରୁ କେରଡ଼ା ଗଡ଼ ଯାଉଥିବା ବେଳେ ଡ଼ଙ୍ଗା ବୁଡ଼ିଯାଇଥିବା ସୂଚନା। ଏହି ଘଟଣାରେ ଜଣେ ବାଳକର ମୃତଦେବ ମିଳିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, କୂଳରୁ କିଛିବାଟ ଗଲାପରେ ଭାରସାମ୍ୟ ହରାଇ ଡ଼ଙ୍ଗା ଓଲଟିପଡ଼ିଥିଲା। ଫଳରେ ଯାତ୍ରୀଙ୍କୁ ଉଦ୍ଧାର କଲା ବେଳେ ନିଖୋଜ ହୋଇଛନ୍ତି ନାଉରୀ । ଜଣେ ନାବାଳକଙ୍କୁ ଉଦ୍ଧାର କରିବା ପରେ ଆଉ ଜଣଙ୍କୁ ଉଦ୍ଧାର କଲା ବେଳେ ବାଳକଟିର ମୃତ ଦେହ ମିଳିଥିବା ବେଳେ ଆଉ ଜଣେ ନିଖୋଜ୍ ଅଛନ୍ତି । ଡ଼ଙ୍ଗାରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି ।