ରାମ ମନ୍ଦିର ପ୍ରତିଷ୍ଠା ତାରିଖ ଘୋଷଣା, ଜାଣନ୍ତୁ କେବେ

0

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ନିର୍ମାଣ କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ୨୦୨୪ ଜାନୁଆରି ୨୨ତାରିଖରେ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ବିଗ୍ରହ ସ୍ଥାପନ କରାଯିବ। ଶୁକ୍ରବାର ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକ ଆରମ୍ଭ ହେବା ପରେ ୟୁପି ମନ୍ତ୍ରୀଙ୍କ ଏହି ଟୁଇଟ୍ ସାମ୍ନାକୁ ଆସିଛି। ରାମ ମନ୍ଦିରରେ ଉଭୟ ପୁରୁଣା ଓ ନୂଆ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୋଜନା ରହିଛି ବୋଲି କୁହାଯାଉଛି ।

୨୦୨୪ ଜାନୁଆରି ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରଗର୍ଭଗୃହରେ ରାମଲଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବ। ଗର୍ଭଗୃହ କୁ ଏପରି ଭାବେ ନିର୍ମାଣ କରାଯାଉଛି ଯେ ଉଦିତ ସୂର୍ଯ୍ୟଙ୍କ କିରଣ ଠିକ ରାମଲଲାଙ୍କ କପାଳରେ ପଡ଼ିବ । ଏପରିକି ରାମନମୀ ଦିନ ସୂର୍ଯ୍ୟଙ୍କ କିରଣ ୫ ମିନିଟ୍ ପର୍ଯ୍ୟନ୍ତ ରାମଲାଲାଙ୍କ କପାଳରେ ରହିବ। ଏହାକୁ ସୂର୍ଯ୍ୟ ତିଲକ କୁହାଯାଏ ।

ଏହା ପୂର୍ବରୁ ରାମ ମନ୍ଦିର ନିର୍ମାଣ ଓ ପରିଚାଳନା ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରି ତୃତୀୟ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣାଧୀନ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ମୂଳ ସ୍ଥାନରେ ସ୍ଥାପନ କରିବେ।

Leave A Reply

Your email address will not be published.