ଜାମ୍ମୁ-କାଶ୍ମୀରରେ ଏନଆଇଏର ବଡ଼ ଆକ୍ସନ

0

ନୂଆଦିଲ୍ଲୀ (ଆମ ଟିଭି):ଆତଙ୍କବାଦ ବିରୋଧରେ ସାରା ଦେଶରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ଏହାରି ଭିତରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ବଡ଼ ଆକ୍ସନ । ଆତଙ୍କବାଦ ଲିଙ୍କରେ ୧୨ଟି ସ୍ଥାନରେ ରେଡ୍ କରିଛି ଏନଆଇଏ ଟିମ୍ । ପାକିସ୍ତାନୀ ଆତଙ୍କବାଦ ସଂଗଠନ ସହ ସମ୍ପୃକ୍ତି ଓ ଉପତ୍ୟକାରେ ଅଶାନ୍ତି ପାଇଁ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରିଛି ।

୨୦୨୨ରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉ ଜାରି ରଖିଛି । ଅନନ୍ତନାଗ, ଅଓ୍ବନ୍ତିପୁରା, ପୁଲଓ୍ବାମା, ଶ୍ରୀନଗରରକ୍ଷ ଥିବା ଆତଙ୍କୀ କ୍ୟାଡର ଓ ଓଭରଗ୍ରାଉଣ୍ଡ ଓ୍ବାର୍କର୍ସଙ୍କ ଘର ଅଫିସରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.