ପୁରୀ (ଆମ ଟିଭି): ପୁଣି ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବାବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ୟ୍ୟଟକ ମୃତ । ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନ୍ରେ ଘଟିଛି ଅଘଟଣ । ମୃତ ୨ ପର୍ୟ୍ୟଟକ ପଶ୍ଚିମବଙ୍ଗ ହାୱଡାର ବୋଲି ଜଣାପଡିଛି । ୫ ବଙ୍ଗୀୟ ପର୍ୟ୍ୟଟକ ଗତକାଲି ପୁରୀ ଆସିଥିଲେ । ଆଜି ସକାଳେ ସେମାନେ ସମୁଦ୍ରରେ ଗାଧୋଉଥିଲେ ।
ଏହି ସମୟରେ ସେମାନଙ୍କ ଭିତରୁ ୨ ଜଣ ସମୁଦ୍ରରେ ବୁଡି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଚିକିତ୍ସା ପୁରୀ ମେଡିକାଲରେ କରାଯାଉଥିବା ସୂଚନା ମିଳିଛି ।