ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ର ସୁଟିଂ
ମାଲକାନଗିରି (ଆମ ଟିଭି): ଆରମ୍ଭ ହେବାକୁ ଯାଉଛି ସାଉଥ୍ ଫିଲ୍ମ ପୁଷ୍ପା -୨ର ସୁଟିଂ । ସାଉଥର ସୁପର ହିଟ ପିଲ୍ମ ପୁଷ୍ପାର ପ୍ରଥମ ଭାଗ ସଫଳତା ପରେ ପୁଷ୍ପା ଚଳଚିତ୍ର ୨ୟ ଭାଗର କିଛି ଅଂଶ ମାଲକାନଗିରି ଆନ୍ଧ୍ର ସୀମାନ୍ତ ବର୍ତୀ ଅଞ୍ଚଳରେ ଖୁବ ଶୀଘ୍ର ସୁଟିଙ୍ଗ ହେବାକୁ ଯାଉଛି। ପ୍ରଥମେ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ହନ୍ତାଳଗୁଡା ତାବେରୁ ଜଳପ୍ରପାତଠାରେ ହେବା ପାଇଁ ଗତ ମାସରେ ମୈତ୍ରୀ ମୁଭିମେକର ଟିମ ସେଠାରେ ପହଁଚି ସ୍ଥାନ ପରିଦର୍ଶନ କରିଥିଲେ।
ପୁଣି କିଛିଦିନ ପୁର୍ବରୁ ଚଳଚିତ୍ର ନିର୍ମାଣକାରୀ ସଂସ୍ଥା ଏକ ସ୍ବତନ୍ତ୍ର ଟିମ ମାଲକାନଗିରି ଜିଲ୍ଲା ସୀମାନ୍ତ କାଲିମେଳା ବ୍ଲକସ୍ତିତ ମଣ୍ୟମକୋଣ୍ଡା ପଞ୍ଚାୟତ ବଡ଼ଯାତ୍ରାଙ୍କ ସ୍ନାନ ସ୍ଥଳ ଓ ଓଡିଶା ପୋଲେରୁ ଠାରେ ପହଁଚି ସ୍ଥିତି ପରଖିଥିଲେ । ପ୍ରଡକ୍ସନ କମ୍ପାନିର ନିର୍ଦେଶକ ସୁକୁମାର ସୁଟିଙ୍ଗ ସ୍ଥାନ ଦେଖି ଗଲାପରେ ଆଜି ସୁଟିଙ୍ଗ ସ୍ଥାନରେ ସେଟିଙ୍ଗ୍ ସେଡ ର ସାମଗ୍ରି ଆସି ପହଞ୍ଚିଛି । ଏଠାରୁ ହିଁ ସାଉଥ୍ ହିରୋ ଆଲୁ ଅର୍ଜୁନ ପୁଷ୍ପା ୨ ଚଳଚିତ୍ର ରେ ନଜରକୁ ଆସିବେ ।