ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦିନ ହେବ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢିବାରେ ଲାଗିଛି । ଏହାରି ଭିତରେ ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ ହୋଇଛି । ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି।
କେନ୍ଦ୍ରର ଦଖଲରେ ରାଜ୍ୟର କାର୍ୟ୍ୟ ପ୍ରଭାବିତ ହେଉଛି । ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଛନ୍ତି । ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ଦିଲ୍ଲୀ ଅଲଗା ବୋଲି ଖଣ୍ଡପୀଠ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପରେ ଏବେ ଉପରାଜ୍ୟପାଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ହେଲେ ଦିଲ୍ଲୀର ଅସଲ ବସ୍ ।