କର୍ଣ୍ଣାଟକରେ ଚାଲିଛି ଭୋଟ୍ ଗଣନା: ହନୁମାନ ମନ୍ଦିରରେ ପୂଜା କଲେ ପ୍ରିୟଙ୍କା

0

ନୂଆଦିଲ୍ଲୀ(ଆମ ଟିଭି): ଆସିବ କର୍ଣ୍ଣାଟକ ଜନାଦେଶ । କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲାସ୍ଥିତ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାଚ୍ଚର୍ନା କରିଛନ୍ତି। କଂଗ୍ରେସ ନେତାମାନଙ୍କ କହିବା ଅନୁସାରେ, ଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଶିମ୍ଲାର ଜାଖୁସ୍ଥିତ ହନୁମାନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ସେପଟେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି। ଯଦି ‘ବିଜେପି’ କ୍ଷମତାସୀନ ହୁଏ ସେ ଦ୍ବିତୀୟ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶାପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳ ୮ଟା ବେଳେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗଣନା ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ କଂଗ୍ରେସ ସମୁଦାୟ ଆସନରୁ ଅର୍ଦ୍ଧାଧିକରେ ଅଗ୍ରଣୀ ଥିବା ଜଣାପଡ଼ିଥିଲା। କଂଗ୍ରେସ ନେତାମାନେ କହୁଛନ୍ତି ଯେ, ୨୨୪ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ। ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କ ପୁଅ ଯତୀନ୍ଦ୍ର କହିଛନ୍ତି, କଂଗ୍ରେସ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କର୍ଣ୍ଣାଟକରେ ସରକାର ଗଢ଼ିବ। ଆମେ ନିଜେ ନିଜର ସରକାର ଗଠନ କରିପାରିବୁ ବୋଲି ଆତ୍ମବିଶ୍ବାସ ରହିଛି।

Leave A Reply

Your email address will not be published.