ଆଗାମୀ ୧୦ ବର୍ଷ ମୋତେ ଜେଲରେ ରଖିବାକୁ ଯୋଜନା କରାଯାଉଛି: ଇମ୍ରାନ୍ ଖାନ୍

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ଇମ୍ରାନ୍ ଖାନ୍ । ସେ ଏବେ ଗୋଟିଏ ଟ୍ୱିଟ କରିଛନ୍ତି, ଯାହାକୁ ନେଇ ପାକିସ୍ତାନରେ ସୃଷ୍ଟି ହୋଇଛି ହଟଚମଟ । ଆଗାମୀ ୧୦ ବର୍ଷ ପାଇଁ ତାଙ୍କୁ ଜେଲରେ ରଖିବା ପାଇଁ ଯୋଜନା କରାଯାଉଥିବା ସେ ଟ୍ୱିଟ୍ କରିଛନ୍ତି । ସେନା ଦେଶଦ୍ରୋହ ଆରୋପରେ ତାଙ୍କୁ ୧୦ ବର୍ଷ ପାଇଁ ଜେଲରେ ରଖିବାକୁ ଯୋଜନା କରୁଥିବା ସେ ଟ୍ୱିଟରେ ଲେଖିଛନ୍ତି ।

ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ପିଟିଆଇ ନେତାଙ୍କ ବୈଠକ ପରେ ଏହି ଟ୍ୱିଟ୍ କରାଯାଇଥିବା ଜଣାପଡିଛି । ଶୁକ୍ରବାର ଇମ୍ରାନ କୋର୍ଟରୁ ଜାମିନ ପାଇଥିଲେ ମଧ୍ୟ ତାଙ୍କ ମନରେ ପୁଣି ଗିରଫ ହେବା ଆଶଙ୍କା କରିଛନ୍ତି । ଯେଉଁଥିପାଇଁ ଏବେ ପୁରା ଭୟଭୀତ । ଇମ୍ରାନ ଆହୁରି କହିଛନ୍ତି, ଡରର ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇଲେ ଆଗାମୀ ପୀଢିକୁ କେବଳ ଅପମାନ ମିଳିବ । ଯେଉଁ ଦେଶରେ ଜଙ୍ଗଲ କାନୁନ ଚାଲେ ସେ ଦେଶ ଅଧିକ ଦିନ ଯାଏଁ ଜୀବିତ ରୁହେ ନାହିଁ । ୭୦ ବର୍ଷୀୟ ଇମ୍ରାନ ୧୦୦ରୁ ଅଧିକ ମାମଲାରେ ଜାମିନ ପାଇଛନ୍ତି ।

 

Leave A Reply

Your email address will not be published.