କୋରାପୁଟ(ଆମ ଟିଭି): ନିଜ ପୁଅକୁ ନୃଶଂସ ଭାବେ ହତ୍ୟା କଲା ବାପା । କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଘଟିଛି ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ । କୌଣସି କାଥାକୁ ନେଇ ପୁଅ ସହ ବଚସା ହୋଇଥିଲା। ବାପା ସମରା ନିଶାସକ୍ତ ଅବସ୍ଥାରେ ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା।
ପରିବାର ଲୋକେ ଗୁରୁତର ସୁରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଖବର ପାଇ ପୋଲସି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାପା ସମରା ବୁଡିଆକୁ ଗିରଫ କରି ତଦନ୍ତ କରୁଛି ।