ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘଦିନ ଧରି ଆଦାନୀ ଗ୍ରୁପ୍ ଓ ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହାରି ଭିତରେ ଆଦାନୀ ଗ୍ରୁପକୁ ସୁପିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ହିଣ୍ଡେନବର୍ଗ ମାମଲାରେ ଯାଂଚ କମିଟି କମ୍ପାନୀ ସମୂହ ସପକ୍ଷରେ ରିପୋର୍ଟ ଦେଇଛି । ଆଦାନୀ ଗ୍ରୁପ୍ କୌଣସି ପ୍ରକାର ନିୟମର ଉଲଙ୍ଘନ କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ହିଣ୍ଡେନବର୍ଗ ବିବାଦ ଘଟଣାରେ ଗଠିତ ସୁପ୍ରିମକୋର୍ଟ ଯାଂଚ ଏପରି ରିପୋର୍ଟ ଦେଇଛି । କମିଟି ନିଜ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ବେଳେ ଏଥିରେ ଆଦାନି ଗ୍ରୁପ୍ କୌଣସି ପ୍ରକାର ହେରଫେର କରିନଥିବା କହିଛି । ଏଥିସହ କମିଟି କହିଛି, ହିଣ୍ଡେନବର୍ଗ ରିପୋର୍ଟ ଦ୍ୱାରା ସେୟାର ବଜାରରେ କୌଣସି ପ୍ରଭାବ ପଡିନାହିଁ ।
ପ୍ରାରମ୍ଭରେ ଆଦାନୀଙ୍କ ଷ୍ଟକ୍ ପ୍ରଭାବିତ ହୋଇଥିଲା, କିନ୍ତୁ ପରେ ଏହା ଟ୍ରାକକୁ ଫେରିଥିଲା । ସେବି ଦ୍ୱାରା ଚାଲିଥିବା ତଦନ୍ତ ଏବେ ବି ଜାରି ରହିଛି । ଏଥିଲାଗି କମିଟି ସମୟ ମାଗିଛନ୍ତି । ଆଦାନୀଙ୍କ ସହ ସମ୍ପୃକ୍ତ ୧୩ଟି ବିଦେଶୀ ସଂସ୍ଥା ଉପରେ ସମ୍ପୂର୍ଣ୍ଣ ରିପୋର୍ଟ ଏପର୍ୟ୍ୟନ୍ତ ମିଳିବା ବାକି ଅଛି ବୋଲି କହିଛି ଯାଂଚ କମିଟି । ପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ୍ ସେୟାରରେ ଘୋଟଲା ହୋଇଥିବା ରିପୋର୍ଟ ପ୍ରକାଶ କରିଥିଲା । ୨ ମାର୍ଚ୍ଚରେ ସୁପ୍ରିମକୋର୍ଟ ଗୌତମ ଆଦାନୀ ଗ୍ରୁପ୍ କମ୍ପାନୀର ସେୟାର ଯାଂଚ କରିବା ପାଇଁ ଏକ ୬ ଜଣିଆ କମିଟି ଗଠନ ହୋଇଥିଲା । ପ୍ୟାନେଲକୁ ସ୍ଥିତି ଯାଂଚ କରିବାକୁ କୁହାଯାଇଥିଲା । ଶୁକ୍ରବାର ପ୍ୟାନେଲ ଏହି ମାମଲାରେ ସୁପ୍ରିମକୋର୍ଟକୁ ନିଜ ରିପୋର୍ଟ ପ୍ରଦାନ କରିଛି ।