ଆଜି ଓଡ଼ିଶା ଗସ୍ତରେ ଆସି ମହାନଦୀ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍

0

ଭୁବନେଶ୍ୱର (ଆମ ଟିଭି): ଛତିଶଗଡ଼ ପରେ ଏବେ ଓଡ଼ିଶା ପାଳି । ସେଥିପାଇଁ ଓଡିଶା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି ।

ଏପଟେ ମହାନଦୀ ବଂଚାଓ ଆନ୍ଦୋଳନ ପକ୍ଷରୁ ଝାରସୁଗୁଡାର କନତୋରାସ୍ଥିତ କେଲା ନଦୀକୂଳ ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ ଆୟୋଜନ କରାଯାଇଛି । ଆଉ ଏହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅପିଲ କରିଛନ୍ତି । ତେବେ ମହାନଦୀ ଟ୍ରିବ୍ୟୁନାଲ, ଓଡିଶା ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବେ ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ମହାନଦୀ ସମସ୍ୟା ପାଇଁ କିଏ ଦାୟୀ ସେ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ପାଲଟା ଅଭିଯୋଗ କରିଛି ବିଜେଡି ।

Leave A Reply

Your email address will not be published.