ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି କଲେ ସିବିଆଇ କୋର୍ଟ

0

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛି ସିବିଆଇ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇଛି । ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହଜାର ହେଉ ନ ଥିଲେ ଶ୍ରଦ୍ଧାଞ୍ଜଳି । ଯେଉଁଥିପାଇଁ ଏପରି କାର୍ୟ୍ୟାନୁଷ୍ଠାନ କୋର୍ଟ ନେଇଥିବା ସୂଚନା ମିଳିଛି ।
କୋର୍ଟରେ ହାଜର ହେବା ପାଇଁ ଆଜି ଥିଲା ଶେଷ ତାରିଖ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ନ ହେବାରୁ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ । ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।

Leave A Reply

Your email address will not be published.