ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତାତିଲେ ଲୋକେ

0

ଭୁବନେଶ୍ୱର (ଆମ ଟିଭି): ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତାତିଲେ ସ୍କୁଲ କମିଟି, ଅଭିଭାବକ ଓ ସ୍ଥାନୀୟ ଲୋକେ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶେରଗଡ଼ ପଂଚାୟତ ନୁଆଁଗା ଗଙ୍ଗାଧର ପ୍ରସାଦ ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନଙ୍କ ବଦଳି ଅର୍ଡର କାର୍ୟ୍ୟକାରୀ ଦାବିରେ ଭୁବନେଶ୍ୱର ରେ ଓପେପା ଅଫିସ ଘେରାଉ କରିଛନ୍ତି ଶତାଧିକ ଲୋକେ ।

ପ୍ରଧାନ ଶିକ୍ଷକଙ୍କ ମନୋମୁଖୀ କାର୍ୟ୍ୟ କୁ ନେଇ ମନ୍ତ୍ରୀ, ବିଧାୟକ, ଶିକ୍ଷା ବିଭାଗ ର ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ, ଜିଲ୍ଲା ପାଳ ଙ୍କୁ ମଧ୍ୟ ଅବଗତ କରାଯାଇ ଥିଲେ ମଧ୍ୟ ଏଯାଏ କାର୍ୟ୍ୟକାରୀ ହୋଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି. ତେବେ ଆଜି ଯଦି ୨୪ ଘଂଟା ମଧରେ ବଦଳି ନ କରାଯାଏ ତେବେ ଆନ୍ଦୋଳନ ବ୍ୟାପକ କରି ଅନର୍ଦ୍ଧିତଷ୍ଟ କାଳ ଯାଏ ଅନଶନ ରେ ବସିବେ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.