ଭୁବନେଶ୍ୱର (ଆମ ଟିଭି): ଶୈବ ପୀଠରେ ଗଞ୍ଜେଇ ବ୍ୟାନ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ସେ କହିଛନ୍ତି, ପ୍ରଶାସନ ଓଡି଼ଆଙ୍କ ସଂସ୍କୃତି ବାବଦରେ ଅବଗତ ନାହାନ୍ତି । ଏପରି ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ । ସରକାର ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ ।
ଆଜି ରାଜ୍ୟ ସରକାର ସମସ୍ତ ଶୈବ ପୀଠ ଭିତରକୁ ଗଞ୍ଜେଇ ନେବା ଉପରେ କଟକଣା ଲଗାଇଛନ୍ତି । ଶିବ ମନ୍ଦିର ଗୁଡ଼ିକରେ ଅତ୍ୟଧିକ ଗଞ୍ଜେଇ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ସ୍ୱାଗତ କରୁଥିଲେ ମଧ୍ୟ ଅନେକ ବିରୋଧ କରୁଛନ୍ତି ।